ଏଇ ନୀଳପରୀ ବେଶେ [Ei Nilapari]

Songs   2024-06-30 14:08:21

ଏଇ ନୀଳପରୀ ବେଶେ [Ei Nilapari]

ସେଇ ନୀଳପରୀ ବେଶେ ଯହିଁ ଚନ୍ଦ୍ରମା ହସେ

ସେଇ ନୀଳପରୀ ବେଶେ ଯହିଁ ଚନ୍ଦ୍ରମା ହସେ

ଯିବି ମୁଁ ମାଖି ଏ ଜୋଛନା, ଯିବି ମୁଁ ମାଖି ଏ ଜୋଛନା

ଏଇ ସବୁଜ ଭରାରେ ଯହିଁ ଫୁଲ ଆସଯରେ

ଥିବି ମୁଁ ଦେଖି ଏ ଜୋଛନା, ଥିବି ମୁଁ ଦେଖି ଏ ଜୋଛନା

ତୁମେ ରହିବ କି ନାହିଁ କୁହନା

ତୁମେ ଯିବ କି ଗୋ ନାହଁ କୁହନା

ସେଇ ନୀଳପରୀ ବେଶେ

ଯହିଁ ରୂପାର ଲଟିକା ଧରେ ହୀରାର କଳିକା

ଯହିଁ ରୂପାର ଲଟିକା ଧରେ ହୀରାର କଳିକା

ସୁନାର ଦିହ କି ଯେ ବନେ, ପୁଲକ ଆଣେ ତାକୁ ଜନେ

ଭସା ବାଦଲ ତରିରେ, ଭାସି ଆକାଶ ବୁକୁରେ

ଭସା ବାଦଲ ତରିରେ, ଭାସି ଆକାଶ ବୁକୁରେ

ଥିବା ଆମେ ଯହିଁ ଆଶା ଜଳେନା

ଅବା କଇଁ ଫୁଲ କେବେ କାନ୍ଦେନା

ସେଇ ନୀଳପରୀ ବେଶେ

ସେ ମାଟିର ଜୀବନ ନୁହେଁ କେବେ ତ ସପନ

ସେ ମାଟିର ଜୀବନ ନୁହେଁ କେବେ ତ ସପନ

ଭରା ସେ ବିରହେ ମିଳନେ, ଭରା ସେ ସତ ମୋ ସପନେ

ଖାଲି ସପନ ମାୟାରେ, ତାର କୁହୁକ ଛୁଆଁରେ

ଖାଲି ସପନ ମାୟାରେ, ତାର କୁହୁକ ଛୁଆଁରେ

ମୋତିଫୁଲ ବାଟେ ଧରି ଦିଅନା

ସେଇ ଝରା ଧାରା ଭୁଲି ଯାଅନା

See more
Sikandar Alam more
  • country:India
  • Languages:Odia
  • Genre:
  • Official site:
  • Wiki:
Sikandar Alam Lyrics more
Sikandar Alam Also Performed Pyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved