ଆଜ ଦେଖିଲି ରେ ନବୀନ ବୟସୀ ବାଳା [Aaja Dekhilire Nabina Bayasi Bala]

Songs   2024-06-30 14:01:35

ଆଜ ଦେଖିଲି ରେ ନବୀନ ବୟସୀ ବାଳା [Aaja Dekhilire Nabina Bayasi Bala]

ଆଜ ଦେଖିଲି ରେ ।

ନବୀନ ବୟସୀ ବାଳା ।

ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି

କରିଥାନ୍ତି ଗଳାମାଳା । ଘୋଷା ।

ଦୂରୁ ଦେଖି ମୋତେ କୁରଙ୍ଗୀନୟନୀ

ତର ତର ହୋଇ ଗଲା

କାଖେ କୁମ୍ଭ ଘେନି ଲେଉଟି ଚାହାଁନ୍ତେ

ମଦନଶର ଦହିଲା । ୧ ।

ସୁନ୍ଦର କନ୍ଦର୍ପ ଦର୍ପଣ ପରାୟେ

ଝଟକୁ ଥିଲା ତା ମୁଖ

ଚାହିଁବା ମାତ୍ରକେ କ୍ଷୟ ଗଲା ମୋର

ଅଙ୍ଗରୁ ଅନଙ୍ଗ ଦୁଃଖ । ୨ ।

କୋଟି କୋଟି ଶିବ ସେବା କରିଥିବ

ଯେ ଥିବ ଗଙ୍ଗାରେ ଧ୍ୟାୟି

ବୋଲେ ଉପଇନ୍ଦ୍ର କବିକୁଳଚନ୍ଦ୍ର

ତା ସଙ୍ଗ ଲଭିବ ସେହି । ୩ ।

See more
Bhikari Charan Bala more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Bhikari_Bal
Bhikari Charan Bala Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved