ଆଜ ଦେଖିଲି ରେ ନବୀନ ବୟସୀ ବାଳା [Aaja Dekhilire Nabina Bayasi Bala] [Transliteration]
ଆଜ ଦେଖିଲି ରେ ନବୀନ ବୟସୀ ବାଳା [Aaja Dekhilire Nabina Bayasi Bala] [Transliteration]
ଆଜ ଦେଖିଲି ରେ ।
ନବୀନ ବୟସୀ ବାଳା ।
ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି
କରିଥାନ୍ତି ଗଳାମାଳା । ଘୋଷା ।
ଦୂରୁ ଦେଖି ମୋତେ କୁରଙ୍ଗୀନୟନୀ
ତର ତର ହୋଇ ଗଲା
କାଖେ କୁମ୍ଭ ଘେନି ଲେଉଟି ଚାହାଁନ୍ତେ
ମଦନଶର ଦହିଲା । ୧ ।
ସୁନ୍ଦର କନ୍ଦର୍ପ ଦର୍ପଣ ପରାୟେ
ଝଟକୁ ଥିଲା ତା ମୁଖ
ଚାହିଁବା ମାତ୍ରକେ କ୍ଷୟ ଗଲା ମୋର
ଅଙ୍ଗରୁ ଅନଙ୍ଗ ଦୁଃଖ । ୨ ।
କୋଟି କୋଟି ଶିବ ସେବା କରିଥିବ
ଯେ ଥିବ ଗଙ୍ଗାରେ ଧ୍ୟାୟି
ବୋଲେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ତା ସଙ୍ଗ ଲଭିବ ସେହି । ୩ ।
- Artist:Bhikari Charan Bala
See more