S.Janaki - କାନ୍ତ ବିନା ଦିବା ରଜନୀ ସଜନୀ [Kanta Bina Diba Rajani Sajani]

Songs   2024-06-30 14:00:11

S.Janaki - କାନ୍ତ ବିନା ଦିବା ରଜନୀ ସଜନୀ [Kanta Bina Diba Rajani Sajani]

କାନ୍ତ ବିନା ଦିବା ରଜନୀ ସଜନୀ

କୋଟି ଯୁଗସମ ହେଲାଟି ରେ ।ପଦ।

କାହିଁ ସେ ରହିଲେ କିମ୍ପାଇଁ ନଇଁଲେ

ତେଣୁକରି କାମ ଅନଳେ ଦହିଲେ ।

କିବା କେଉଁ ନାରୀ କି ମନ୍ତ୍ରେ ମୋହିଲେ

ସେ ଦେଶେ ମଦନ ମଲାଟି ରେ ।୧।

ଭାରି ହେଲା ଆସି ଅଙ୍ଗକୁ ବସନ

ତଥିପରେ ଆଭରଣ ଏ ଭୂଷଣ

ଦେଖ ଦେଖ ସଖି ଏ ଝଞ୍ଜା ପବନ

କାମବାଣେ ପ୍ରାଣ ନେଲାଟି ରେ ।୨।

ଯେବେ ଥାନ୍ତେ କାନ୍ତ ବସନ୍ତ କାଳରେ

ଘେନି ବଞ୍ଚୁଥାନ୍ତି ଦିବା ଯାମିନୀରେ ।

କେତେ କେତେ ପ୍ରୀତି ମାନ କରୁଥାନ୍ତି

କେତେ ସୁଖ ତୁଟି ଗଲାଟି ରେ ।୩।

ତା ଲାଗି ଏ ଜୀବ ନାଶକୁ ଲଭିବ

ହତ୍ୟା ଦୋଷରେ କି କାରଣୀ ହୋଇବ ।

କୁସୁମ ଭୂଷଣ ହେଲା ଅକାରଣ

ଭଣେ ଉପଇନ୍ଦ୍ର ଭଞ୍ଜଟି ରେ ।୪।

See more
S.Janaki more
  • country:India
  • Languages:Odia, Tamil, Malayalam, Telugu
  • Genre:
  • Official site:
  • Wiki:https://en.wikipedia.org/wiki/S._Janaki
S.Janaki Lyrics more
S.Janaki Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved