ଏ ପରବତ କୁଞ୍ଚି କୁଞ୍ଚିକା [E Parabata Kunchi Kunchika] lyrics

Songs   2024-07-02 11:02:01

ଏ ପରବତ କୁଞ୍ଚି କୁଞ୍ଚିକା [E Parabata Kunchi Kunchika] lyrics

ଏ ପରବତ କୁଞ୍ଚି କୁଞ୍ଚିକା

ଏ ନଈ ଯାଏ ବହି ବହିକା

ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା

ମୋ ପ୍ରିୟା ଯାଏ ରୁଷି ରୁଷିକା

ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା

ମୋ ପ୍ରିୟା ଯାଏ ରୁଷି ରୁଷିକା

ମୁଁ ଦେଲି ଗୋଲାପ ଫୁଲ , ସେ କହେ କଣ୍ଟକ ବନ

ମୁଁ ଦେଲି ଗୋଲାପ ଫୁଲ , ସେ କହେ କଣ୍ଟକ ବନ

ମୁଁ ଯେବେ ମାଗିଲି ନିଦ, ସେ ମାଗେ ସରଗ ଚାନ୍ଦ

ମୁଁ ଯେବେ ମାଗିଲି ନିଦ, ସେ ମାଗେ ସରଗ ଚାନ୍ଦ

ଅଝଟ ବାଳିକା ଅବୁଝା ନାୟିକା

ଏ ରାତି ଯାଏ ଝୁମି ଝୁମିକା

ଏ ମଲ୍ଲୀ ବାସେ ଝରି ଝରିକା

ଏ କଇଁ ବସେ ଛପି ଛପିକା

ମୋ ପ୍ରିୟା କାନ୍ଦେ ମିଛି ମିଛିକା

ଏ କଇଁ ବସେ ଛପି ଛପିକା

ମୋ ପ୍ରିୟା କାନ୍ଦେ ମିଛି ମିଛିକା

ଏ ରାତି ଯାଏ ରେ ସରି, ଏ ଫୁଲ ଯାଏ ରେ ଝରି

ଏ ରାତି ଯାଏ ରେ ସରି, ଏ ଫୁଲ ଯାଏ ରେ ଝରି

ସବୁ ଜାଣି ସବୁ ବୁଝି, ଅଜଣା ସେ ସତେ ଆଜି

ସବୁ ଜାଣି ସବୁ ବୁଝି, ଅଜଣା ସେ ସତେ ଆଜି

ଅଝଟ ବାଳିକା ଅବୁଝା ନାୟିକା

ଏ ରାତି ଯାଏ ଝୁମି ଝୁମିକା

ଏ ମେଘ ଯାଏ ଭାସି ଭାସିକା

ଏ ତାରା ହସେ ମିଟି ମିଟିକା

ଏ ବଂଶୀ ବାଜେ ରହି ରହିକା

ମୋ ପ୍ରିୟା ଯାଏ ଲୁଚି ଲୁଚିକା

ମୋ ପ୍ରିୟା ଯାଏ ଲୁଚି ଲୁଚିକା

See more
Chitta Jena more
  • country:India
  • Languages:Odia
  • Genre:
  • Official site:
  • Wiki:
Chitta Jena Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved