ତୋର କୃଷ୍ଣଚୂଡ଼ା ହସ [Tora Krushnachuda Hasa] [Transliteration]

Songs   2024-07-05 18:21:09

ତୋର କୃଷ୍ଣଚୂଡ଼ା ହସ [Tora Krushnachuda Hasa] [Transliteration]

ଧିମା ଧିମା ନିଶ୍ୱାସର ଏ ଧାସ, ବାନ୍ଧି ମୋତେ ରେ ସମୟେ ବୁଣେ ଫାସ

ମୋତେ ବିଗାଡ଼ି ଦେଲାଣି ତୋର ସ୍ପର୍ଶ, ମିଛଟାରେ ଦିଏ ବୟସର ଦୋଷ

ନିତି ସ୍ୱପ୍ନେ ତୋ ସାଥେ ଭେଟୁଛି, ହଁ ଏମିତି କାହିଁକି ମୋ ସାଥେ ଘଟୁଛି

କହ ତୋ ପାଖେ ଏମିତି କଣ ଅଛି,କହ ତୋ ପାଖେ ଏମିତି କଣ ଅଛି

ତୋ କୃଷ୍ଣଚୂଡ଼ା ହସ ମାରିଦଉଛି,ତୋ କୃଷ୍ଣଚୂଡ଼ା ହସ ମାରିଦଉଛି

ମୁଁ ତୋ ଆଡ଼େ ଟାଣି ହେଇଯାଉଛି ,ମୁଁ ତୋ ଆଡ଼େ ଟାଣି ହେଇଯାଉଛି

ଲାଗିଯିବ ତୋଠି କାହା ନଜର କାଳେ, ଗହଳିଠୁ ଦୂରେ ରହ ତୁ ସବୁବେଳେ

ହାବଭାବ ମୋର ତୋ ପାଇଁ ବଦଳେ, ଅସୁମାରୀ ଆଶା ଖେଳେ ମନତଳେ

ସବୁଠିଁ ମୋ ଆଖି ତୋତେ ହିଁ ଖୋଜୁଛି, ତୋ ପାଇଁ ମୋ ପାଦ ପାଉଁଜି ବାଜୁଛି

ଅଳ୍ପ ଦେଖା ଦେଇ କାଇଁ ଯାଉ ଲୁଚି,ଅଳ୍ପ ଦେଖା ଦେଇ କାଇଁ ଯାଉ ଲୁଚି

ତୋ କୃଷ୍ଣଚୂଡ଼ା ହସ ମାରିଦଉଛି,ତୋ କୃଷ୍ଣଚୂଡ଼ା ହସ ମାରିଦଉଛି

ମୁଁ ତୋ ଆଡ଼େ ଟାଣି ହେଇଯାଉଛି ,ମୁଁ ତୋ ଆଡ଼େ ଟାଣି ହେଇଯାଉଛି

ମଝି ଦରିଆରେ ଥିଲି ଫସି ମୁଁ ରହି, ବତୀଘର ହେଇ ନେଲୁ ବାଟ କଢେଇ

ନେଇଗଲୁ ମୋତେ ମୋ ଠାରୁ ଛଡ଼େଇ, ଅଜବ ଏ ଅନୁଭବ ତୋତେ ପାଇ

ଅଦିନେ ମଳୟ ତୋ ପାଇଁ ବହୁଛି, ଯୁଆଡ଼େ ଯାଉଛି ତୋତେ ହିଁ ପାଉଛି

ଯେବେଠାରୁ ମୋ ମନରେ ଗଲୁ ଲୁଚି,ଯେବେଠାରୁ ମୋ ମନରେ ଗଲୁ ଲୁଚି

ମୁଁ ତୋ ଆଡ଼େ ଟାଣି ହେଇଯାଉଛି ,ମୁଁ ତୋ ଆଡ଼େ ଟାଣି ହେଇଯାଉଛି

ତୋ କୃଷ୍ଣଚୂଡ଼ା ହସ ମାରିଦଉଛି,ତୋ କୃଷ୍ଣଚୂଡ଼ା ହସ ମାରିଦଉଛି

See more
Aseema Panda more
  • country:India
  • Languages:Odia, English
  • Genre:
  • Official site:https://www.instagram.com/aseema_panda/
  • Wiki:
Aseema Panda Lyrics more
Aseema Panda Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved