ପ୍ରିୟତମା [Priyatama] lyrics

Songs   2024-10-05 21:23:04

ପ୍ରିୟତମା [Priyatama] lyrics

ପ୍ରିୟତମା, ପ୍ରିୟତମା, ତୁମେ ମୋ ଅନୁପମା , ଅନୁପମା

ତୋ ହସ ହଜେ ଆଜି, ଭିଜେ ଆଜି

ତୋ ପ୍ରେମରେ , ନାହିଁ ମୁଁ ନିଜ ପାଖରେ

ନିଦରେ ଚାଲୁଛି ମୁଁ, ସ୍ୱପ୍ନରେ ବୁଲୁଛି ମୁଁ

ତୋ ପ୍ରେମେ ହଜୁଛି ହଁ, ତୋ ସାଥେ ଭିଜୁଛି ମୁଁ

ନିଦରେ ଚାଲୁଛି ମୁଁ, ସ୍ୱପ୍ନରେ ବୁଲୁଛି ମୁଁ

ତୋ ପ୍ରେମେ ହଜୁଛି ହଁ, ତୋ ସାଥେ ଭିଜୁଛି ମୁଁ

ହାରିସାରିଛି ଏଇ ମନ ମୁଁ ତୋ ପାଖରେ

ପ୍ରିୟତମା, ପ୍ରିୟତମା ତୁମେ ମୋ ଅନୁପମା, ଅନୁପମା

ତୋ ଲାଜ ହଜେ ଆଜି, ଭିଜେ ଆଜି

ତୋ ପ୍ରେମରେ , ନାହିଁ ମୁଁ ନିଜ ପାଖରେ

ତୋ ଛବି ଆଙ୍କିଛି ଯେବେଠୁ, ଏଇ ମୋ ହୃଦୟ କାଗଜରେ

ରହିଯାଇଛୁ ଆସି ମୋ ଛୋଟ ଦୁନିଆରେ

ଜୋଛନା, ନାହିଁ ତା ଉପମା, ଦେବି ହଁ କେମିତି ମୁଁ କହରେ

ଆସି ରହିଯା ଥରେ ମୋ ଆଖି ପଲକରେ

ଭଲପାଇ ମୁଁ ତୋତେ, ଏ ଦୁନିଆକୁ ସତେ, ଦେଇଛି ହାରି ହଁ ସବୁ ତୋ ପାଖେ

ପ୍ରିୟତମା, ପ୍ରିୟତମା ତୁମେ ମୋ ଅନୁପମା, ଅନୁପମା

ତୋ ହସ ହଜେ ଆଜି, ଭିଜେ ଆଜି

ତୋ ପ୍ରେମରେ , ନାହିଁ ମୁଁ ନିଜ ପାଖରେ

ସକାଳ ପହିଲି କିରଣ, ଯେବେ ମାଟି ଛୁଇଁଯାଏ ରେ

ତୋ ମହକ କାଇଁ ମନ ଖୋଜେ ରେ

ଆସିଛୁ ଯଦି ଏ ଜୀବନେ, ବୁଣି ତୁ ସପନ ଏ ଆଖିରେ

ଥରେ ଦେଇଦେ ଜାଗା ତୋ ପ୍ରେମ-ପୃଥିବୀରେ

ପ୍ରେମ-ପକ୍ଷୀଟେ ସାଜି, ଉଡ଼ିବୁଲେ ମୁଁ ଆଜି

ବାନ୍ଧିନେ ମୋତେ ତୋ ପ୍ରେମ ପଞ୍ଜୁରୀରେ

ପ୍ରିୟତମା, ପ୍ରିୟତମା ତୁମେ ମୋ ଅନୁପମା , ଅନୁପମା

ତୋ ଲାଜ ହଜେ ଆଜି, ଭିଜେ ଆଜି

ତୋ ପ୍ରେମରେ , ନାହିଁ ମୁଁ ନିଜ ପାଖରେ

See more
Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved