ପ୍ରେମ ଶିଖା [Prema Sikha]

Songs   2024-07-07 17:17:09

ପ୍ରେମ ଶିଖା [Prema Sikha]

ରହି ବି ମୋ ପାଖରେ, ଲାଗୁ ତୁ ବହୁ ଦୂରେ

ଯେମିତି ମାଟି ମୋ ଆକାଶ ତୁହି

ଚମକି ବିଜୁଳିରେ ଆଉଜି ତୋ ଦେହରେ

ଚୁମି ଯା ମୋତେ ତୁ ଥରେ ବରଷା ହେଇ

ଯେମିତି ଆଖି ଆଉ ନଜର, ନୀଳ ଲହରୀକୁ ତା ସାଗର

ଜଣେ ଆଉ ଜଣକ ପାଇଁ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ଦୁଇ ଆଡ଼ୁ ଯଦି ଜଳେ, ହଁ ପ୍ରେମ ଶିଖା

ତଥାପି କାହିଁକି ଜଳେ ମୁଁ ଏକାଏକା

କହି ହୁଏ କି ପ୍ରେମରେ ଖୋଲି ସବୁ କଥା

ବୁଝିବାକୁ ହୁଏ ବେଳେବେଳେ ନୀରବତା

ଯେମିତି ଫୁଲ ଆଉ ଭଅଁର, କଳା ବାଦଲକୁ ତା ମୟୂର

ବାଟ ରହିଥାଏ ତ ଚାହିଁ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ଲାଗେ କାହିଁ ସବୁକିଛି ତୋ ହାତଲେଖା

ବଦଳେଇ ଦେଲୁ ଆସି ମୋ ଭାଗ୍ୟରେଖା

ନାହିଁ ବୋଲି ପ୍ରେମର ଯେ ହଁ ପରିଭାଷା

ତୁଳନା ବୃଥା ମୋ ସବୁ ଚେଷ୍ଟା

ଯେମିତି ରଙ୍ଗ ଆଉ ଅବିର, ଗୋରା ପାଦକୁ ତା ଅଳତା ଗାର

ଛାଡ଼ି ବଞ୍ଚି ପାରିବି ନାହିଁ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

ରହିବାକୁ ଚାହେଁ ମୁଁ କେବଳ ତୋର ହେଇ

See more
Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved