ପ୍ରେମ ଗାଁ [Prema Gaan] [English translation]
ପ୍ରେମ ଗାଁ [Prema Gaan] [English translation]
ତୋ ଦେହକୁ ଛୁଇଁ ପବନଟା ଯେବେ, ମୋ ପାଖ ଦେଇ ଯାଏ ବହି
ସପନ ସଜାଏ ନୂଆ ପ୍ରେମଋତୁ, ତୋ'ରି ନାଁରେ ରହି ରହି
ତୁ ବାହାନାରେ ନେଲେ ମୋ ହାତ ଧରି, କେତେ ହୃଦୟ ଇର୍ଷାରେ ଯାଏ ରେ ଜଳି
ଯଦି ମାନିବୁ ମୁଁ କହିବି କଥାଟିଏ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ତୋତେ ଆଉ ମୋତେ ଏକାଠି ଦେଖିଲା ପରେ
ଉପରବାଲାର ନଜର ବି ଫେରେନା ରେ
ଯେବେ ପ୍ରେମ ତୋର ମୋ ମନରେ ଉଙ୍କି ମାରେ
ଦୂରେ ଥାଇ ଜହ୍ନ ଶରମି ଯାଏ ଲାଜରେ
ତୁ ଲାଜ ଗହଣାକୁ ଦେହେ ନାଇଦେଇ
ଟିକେ ହସିଦେଲା ପରେ ସବୁ ସାରିଦେଇ
ଖାଲି ଇଛା ମୋ ଦେଖିବାକୁ ସେମିତି ରେ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ତୋ ପାଦ ଶବଦ ଥରେ ଶୁଣିଦେଲା ପରେ
ତୁ ଅଛୁ ବୋଲି ମନେ ମନେ ଜାଣିପାରେ
ସବୁ ଭାବନା ମୋ ସତ ଲାଗେ ତୋ ପାଇଁ ରେ
ତୁ ଥିଲେ ପାଖେ ସୁଖ ଜମା ସରେନା ରେ
ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
କାଢ଼ି ଛାତିରୁ ଏ ହୃଦୟ ତୋତେ ଦେଇପାରେ
ସବୁ ଅପେକ୍ଷା ତୁ ଏଥର ସାରିଦେ ରେ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ପ୍ରେମ ଗାଁ ସେପାରେ, ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସିର ସୁଅରେ
- Artist:Kuldeep Pattanayak








