ପ୍ରଥମ ପ୍ରେମର ପ୍ରଥମ ଚିଠି [Prathama Prema Ra Prathama Chithi] lyrics

Songs   2025-12-05 02:00:14

ପ୍ରଥମ ପ୍ରେମର ପ୍ରଥମ ଚିଠି [Prathama Prema Ra Prathama Chithi] lyrics

ପ୍ରଥମ ପ୍ରେମର ପ୍ରଥମ ଚିଠି, ଆରମ୍ଭ କରିଛି ହେଲେ ସାରି ତ ପାରୁନି, ସାରି ତ ପାରୁନି

ଧାଡ଼ିଏ ଲେଖୁଛି, ଘଡ଼ିଏ ଭାବୁଛି, ପହର ପହର ରାତି ଯେ କମୁଛି

ଭାବନାରୁ କାଗଜକୁ କଲମ ଫେରୁନି

ଲେଖିଥିଲି ଆଗେ ତମେ ମୋର ମନ ଆକାଶର ଜହ୍ନ

ପଛରେ ଭାବିଲି ଅଛି ପରା ଜହ୍ନରେ କଳଙ୍କ ଚିହ୍ନ

ପୁଣି ଲେଖିଲି ତମେ ମୋର ମନ ବଗିଚାର ଫୁଲ

ଜାଣି ମୁଁ ନଥିଲି ଫୁଲ ପାଇଁ କଣ୍ଟାକୁ କରିବି ଗେଲ

କେତେ ଭଲପାଏ ଭାବୁଛି ମୁଁ ବସେ

ଲେଖୁଛି ଅଳପ ଚିରୁଛି ମୁଁ ବେଶୀ

ଯୋଉଠି ସେଇଠି ଚିଠି ଆଗକୁ ବଢୁନି

ପ୍ରଥମ ପ୍ରେମର ପ୍ରଥମ ଚିଠି, ଆରମ୍ଭ କରିଛି ହେଲେ ସାରି ତ ପାରୁନି, ସାରି ତ ପାରୁନି

ଯୋଉଦିନ ତମ ଚାରିପାଖେ ଦେଖିବ ଖାଲି ଅନ୍ଧାର

ତମ ପାଖାପାଖି ଝରୁଥିବ ନାଲିର କତର ଧାର

ଡରିବନି ଜମା ଭବିଭାବି କୋଉଠି କେମିତି ଅଛ

ହୃଦୟରେ ମୋର ଛାତିତଳେ ଜାଣିବ ଭଲରେ ଅଛ

ମୋ ମନ ଚଢେଇ ଲଗେଇ ଡେଣାକୁ

ଉଡ଼ି ଚାଲିଯାଏ ଦୂରକୁ ଦୂରକୁ

ପାହାନ୍ତି ସ୍ଵପ୍ନ ଉତାରିପାରୁନି

ପ୍ରଥମ ପ୍ରେମର ପ୍ରଥମ ଚିଠି, ଆରମ୍ଭ କରିଛି ହେଲେ ସାରି ତ ପାରୁନି, ସାରି ତ ପାରୁନି

ପ୍ରଥମ ପ୍ରେମର ପ୍ରଥମ ଚିଠି, ଆରମ୍ଭ କରିଛି ହେଲେ ସାରି ତ ପାରୁନି, ସାରି ତ ପାରୁନି

ଧାଡ଼ିଏ ଲେଖୁଛି, ଘଡ଼ିଏ ଭାବୁଛି, ପହର ପହର ରାତି ଯେ କମୁଛି

ଭାବନାରୁ କାଗଜକୁ କଲମ ଫେରୁନି

ପ୍ରଥମ ପ୍ରେମର ପ୍ରଥମ ଚିଠି, ଆରମ୍ଭ କରିଛି ହେଲେ ସାରି ତ ପାରୁନି, ସାରି ତ ପାରୁନି

  • Artist:Shaan
  • Album:Mu Kiye Tumara (1995)
See more
Shaan more
  • country:India
  • Languages:Hindi, Odia
  • Genre:Soundtrack
  • Official site:https://www.facebook.com/singer.shaan
  • Wiki:https://en.wikipedia.org/wiki/Shaan_%28singer%29
Shaan Lyrics more
Shaan Featuring Lyrics more
Excellent Songs recommendation
Popular Songs
Copyright 2023-2025 - www.lyricf.com All Rights Reserved