ହେଲା କି ପ୍ରେମ [Hela Ki Prema] [English translation]

Songs   2024-10-04 19:16:54

ହେଲା କି ପ୍ରେମ [Hela Ki Prema] [English translation]

ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମୋତେ ଛୋଟ

ଖୋଲିନି ଆଜି ମୁଁ ମୋର ଓଠ, କିଏ ସେ କେଜାଣି ଗାଏ ଗୀତ

ଆକାଶଟା ମାଟି ସାଥେ ମିଶେ ଯୋଉଠି, ମନ ମୋର ହଜିଗଲା ସେଇଠି

ସପନକୁ ଆଖି ବାସି ଖୋଜେ ଯୋଉଠି, ନିଦ ମୋର ହଜିଗଲା ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

କିଏ ଦେଲା ମୋତେ ଛୁଇଁ, ନିଜ ଭିତରେ ମୁଁ ନାହିଁ, ସବୁକିଛି ଲାଗିଲା ମୋତେ ଭଲ

ଜାଣିପାରିଲେନି କେହି ଏତେ ରଙ୍ଗ ବୋଳି ହେଇ, କେତେବେଳେ ଫୁଟିଲା ଏ ଫୁଲ

ଫଗୁଣଟା ଫୁଲ ସାଥେ ଗପେ ଯୋଉଠି, ଗପ ବସି ଲେଖିଲି ମୁଁ ସେଇଠି

ଭଅଁରଟା ଗୁଣୁଗୁଣୁ ଗାଏ ଯୋଉଠି, ପାଦ ମୋର ନାଚିଯାଏ ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

ନିଜ ନାଁ ମୋର କାହିଁ, ମନେ ଆଜି ପଡୁନାହିଁ, କେହି ଯଦି ପଚାରି ରହେ ତୁନି

ଭାବେ ସିନା ଗୋଟେ କଥା, କହେ ଆଉଗୋଟେ କଥା, କଲା ଏଇ ହୃଦୟ ବେଇମାନି

ହୃଦୟଟା ଛାତି ତଳେ ଥାଏ ଯୋଉଠି, ଲୁଚେଇଲି ତୋତେ ନେଇ ସେଇଠି

ଭାବନାଟା ହେଇଯାଏ ସତ ଯୋଉଠି, ମୋତେ ଖୋଜି ପାଇଲି ମୁଁ ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

କହିଦେ, କହିଦେ, ହେଲା କି ପ୍ରେମ, କହିଦେ, କହିଦେ, ହେଲା କି ପ୍ରେମ

See more
Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved