ହଁ ପ୍ରେମ ହେଲା [Han Prema Hela]

Songs   2024-06-29 05:55:59

ହଁ ପ୍ରେମ ହେଲା [Han Prema Hela]

ମୋ ଜୀବନେ ରଙ୍ଗଟିଏ ହେଇ ତୁ

ଏମିତି ରଙ୍ଗ ବୋଳିଦେଲୁ

ଫଗୁଣ ବି ଘୁଞ୍ଚିଯାଏ ପାଦେ, ଚାହିଁଲେ ମୁଁ

ମୋ ବାଟରେ ମେଘଟିଏ ହେଇ ତୁ

ଏମିତି ମୋତେ ଭିଜେଇଲୁ

ଶ୍ରାବଣ ବି ଘୁଞ୍ଚିଯାଏ ପାଦେ, ଚାହିଁଲେ ମୁଁ

ଏତେ ଖୁସି ଆଜି ଜୀବନରେ କିଏ ସେ ଢ଼ାଳିଲା

ସେଇ ଖୁସି ପୁଣି ଜିଇଁବାର କାରଣ ଟେ ହେଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

ନିରୀହ ନିସ୍ତବ୍ଦରେ ମନର କଥା

କହିବି କହିବି ମୁଁ ଭାବୁଥିଲି

ତୋ ସାମନାରେ ସବୁ ଭୁଲି ରେ ଗଲି

ଭୁଲିବୁ ବୋଲି ତୁ ଜାଣି ମୁଁ ଥିଲି

ଦେଖିକି ତୋତେ ମୁଁ ହସିଦେଲି

ତୋ ଚେହେରା ଗଲା ଲାଜରେ ଜଳି

ଏତେ ସ୍ୱପ୍ନ ଆଜି ରାତି ସାରା କିଏ ସେ ଗୁନ୍ଥିଲା

ସେଇ ସ୍ୱପ୍ନ ପୁଣି ରାତିରୁ ମୋ ନିଦ ଚୋରି କଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

ଟୁପୁରୁ-ଟାପୁରୁ ତ ହେଲେଣି ଲୋକ

ଜାଣିଗଲେଣି ବୋଧେ ଆମ ସମ୍ପର୍କ

ଯିଏ ଜାଣିଲେ ଜାଣୁ କଣ ଯାଏ

କହିବା ଲୋକ ଯେତେ କରିବେ ଚର୍ଚ୍ଚା

ପ୍ରେମରେ ସବୁ ଦିଶେ ଆଜି ତ ଛାଁ

ସତ ପ୍ରେମରେ ବୋଧେ ଏମିତି ହୁଏ

ଏତେ ବାସ୍ନା ଆଜି ଜୀବନରେ କିଏ ସେ ଢ଼ାଳିଲା

ସେଇ ବାସ୍ନା ପୁଣି ଦିନରାତି ମହକି ଗଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

ହଁ ପ୍ରେମ ହେଲା, ହେଇ ମୋତେ ଗଲା

ହଁ ପ୍ରେମ ହେଇ ମୋତେ ଗଲା

See more
Sandhya Rani more
  • country:India
  • Languages:Odia
  • Genre:
  • Official site:
  • Wiki:
Sandhya Rani Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved