ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ [Candramalli hase, citralekhā oṭhe] lyrics

Songs   2024-07-05 22:33:52

ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ [Candramalli hase, citralekhā oṭhe] lyrics

ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା, ହାଏ ରକ୍ତଯବା ଫୁଟେ

ଚୁକ୍ତି କରି ବସେ, ଚୁକ୍ତି କରି ହସେ

ଚୁକ୍ତି କରି ଅଜାଣତେ, ମୋତେ ଭଲପାଇ ବସେ

ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା, ହାଏ ରକ୍ତଯବା ଫୁଟେ

ଜ୍ୟୋସ୍ନା ରଙ୍ଗ ଶାଢ଼ୀ, ଆହା ହାସ୍ନା ହେନା ଦେହେ

ତୃଷ୍ନାତୁର ମନେ ମୋର, ବାସ୍ନା ଭରିଦିଏ

ଜ୍ୟୋସ୍ନା ରଙ୍ଗ ଶାଢ଼ୀ, ଆହା ହାସ୍ନା ହେନା ଦେହେ

ତୃଷ୍ନାତୁର ମନେ ମୋର, ବାସ୍ନା ଭରିଦିଏ

ଗଳ୍ପ ପରି ଲାଗେ, ହେଲେ ଗଳ୍ପ ନୁହେଁ ମୋଟେ

ଚୁକ୍ତି କରି କହେ ଯେବେ "ଯା ତମେ ତ ଇଏ ଗୋଟେ"

ଚନ୍ଦ୍ରମଲ୍ଲି ହସେ ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା ହାଏ ରକ୍ତଯବା ଫୁଟେ

ଝରଣା ରଙ୍ଗ ମୋ ପ୍ରୀତି, ଆହା ବର୍ଣ୍ଣାଲି ତା ସ୍ନେହେ

ସ୍ବର୍ଣ୍ଣଭ ଆଶା ନେଇ, ପୂର୍ଣ୍ଣାହୁତି ଦିଏ

ଝରଣା ରଙ୍ଗ ମୋ ପ୍ରୀତି, ଆହା ବର୍ଣ୍ଣାଲି ତା ସ୍ନେହେ

ସ୍ବର୍ଣ୍ଣଭ ଆଶା ନେଇ, ପୂର୍ଣ୍ଣାହୁତି ଦିଏ

ଗଳ୍ପ ପରି ଲାଗେ, ହେଲେ ଗଳ୍ପ ନୁହେଁ ମୋଟେ

ଗୁପ୍ତ ଆମ ପ୍ରଣୟର ଯାହା ଚର୍ଚ୍ଚା ବାଟେଘାଟେ

ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା, ହାଏ ରକ୍ତଯବା ଫୁଟେ

ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା, ହାଏ ରକ୍ତଯବା ଫୁଟେ

See more
Akshaya Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved