ଆହେ ନୀଳ ଶଇଳ [Ahe nila saila] lyrics

Songs   2024-07-02 11:22:33

ଆହେ ନୀଳ ଶଇଳ [Ahe nila saila] lyrics

ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ

ମୋ ଆରତ ନଳିନୀବନକୁ କର ଦଳନ

ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ

ମୋ ଆରତ ନଳିନୀବନକୁ କର ଦଳନ, ଆହେ ନୀଳ ଶଇଳ

ଗଜରାଜ ଡାକ ଦେଲା, ଥାଇ ଘୋର ଜଳେଣ

ଗଜରାଜ ଡାକ ଦେଲା, ଥାଇ ଘୋର ଜଳେଣ

ଚକ୍ର ପେଷି ନକ୍ର ନାଶି କୃପା କଲ ଆପଣ, ଆହେ ନୀଳ ଶଇଳ

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ

କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, ଆହେ ନୀଳ ଶଇଳ

ନୀଳାଚଳେ ବିଜେ କରି ବୌଦ୍ଧ ଅବତାରେଣ

ନୀଳାଚଳେ ବିଜେ କରି ବୌଦ୍ଧ ଅବତାରେଣ

ବେନି ଭୁଜ ଟେକି ପ୍ରଭୁ, ଯାଚୁଅଛ ଶରଣ

ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ

ମୋ ଆରତ ନଳିନୀବନକୁ କର ଦଳନ, ଆହେ ନୀଳ ଶଇଳ

See more
Bhikari Charan Bala more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Bhikari_Bal
Bhikari Charan Bala Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved