ସେ ତ ଭକତ ଭାବରେ ବନ୍ଧା ରେ [Se ta bhakata bhabare bandha re] [English translation]

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

ତୁ ତାକୁ ଖୋଜିଲେ, ତୁ ତାକୁ ଖୋଜିଲେ, ସେ ତୋତେ ଖୋଜଇ
ତୁ ତାକୁ ଖୋଜିଲେ, ସେ ତୋତେ ଖୋଜଇ
ସିଏ ତୋ ହୃଦ-ଚନ୍ଦନ ରେ, ଉଣା କରନାହିଁ ମନ
ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ
ସିଏ ତୋ ସାଗର, ତୁ ତାର ଲହରୀ ,ସିଏ ନଦୀ-ଝର, ତୁ ତାର ଭଉଁରୀ

ତୁ କାନ୍ଦିଲେ କାନ୍ଦେ,ତୁ କାନ୍ଦିଲେ କାନ୍ଦେ, ତୁ ହସିଲେ ହସେ
ତୁ କାନ୍ଦିଲେ କାନ୍ଦେ, ତୁ ହସିଲେ ହସେ
ସିଏ ତୋ ଆପଣା ଜହ୍ନରେ , ଉଣା କରନାହିଁ ମନ
ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ
ଭାବକୁ ନିକଟ ଅଭାବକୁ ଦୂର, ତୁ ତାହାର ଦେହ, ତୁ ବୁକୁ ତା ଘର

ତୁ ଢ଼ାଳିଲେ ଲୁହ, ତୁ ଢ଼ାଳିଲେ ଲୁହ, ତା ମନ ବିକଳ
ତୁ ଢ଼ାଳିଲେ ଲୁହ, ତା ମନ ବିକଳ
ତୁ ଜୀବ, ସେ ଜୀବନ ରେ, ଉଣା କରନାହିଁ ମନ
ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ
- Artist:S.Janaki
See more