ସେଇ ଚୂନା ଚୂନା ତାରା ଫୁଲେ ଆଜି [Sei chuna chuna tara phule aji] [Transliteration]

Songs   2025-12-08 13:21:51

ସେଇ ଚୂନା ଚୂନା ତାରା ଫୁଲେ ଆଜି [Sei chuna chuna tara phule aji] [Transliteration]

ସେଇ ଚୂନା ଚୂନା ତାରା ଫୁଲେ ଆଜି,

କିଏ ଚୁମିଚୁମି ଗଲା ହାୟ ହଜି,

କିମ୍ପା ତା'ର ମଧୁଛୁଆଁ, ଆଣେ ଏ ନିଶୀଥେ ମାୟା,

ପାରେ ନାହିଁ ମୁହିଁ ବୁଝି, (ହାୟ) ପାଏ ନା ମୁଁ ତାରେ ଖୋଜି ।।

ସେ ଯେ ଭରା ବଉଳର ମିଠା ମିଠା ମହକରେ,

କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ,

ଧିମା ଧିମା ସମୀରରେ ଝିଲ୍ଲୀର ସୁରେସୁରେ,

ଅତୀତ ମୋ ଦେଲା ଭାଜି, ପାଏ ନା ମୁଁ ତାରେ ଖୋଜି ।।

ଆଖିରେ ମୋ ଦେଇଗଲା କୁହୁକ କଜ୍ଜ୍ୱଳ,

ଯେ ପାଇଁକି ଦିଶେ ସବୁଜ ମଧୁର,

ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ,

ଦେଇଗଲା ଉପହାର ତୋଳିନେଲା ମୋର ମନ,

ଚୂନା ଚୂନା ଭାବନାରେ,

ରଙ୍ଗିନ କରି ଧିରେ ଆଗତ ମୋ ଦେଲା ସାଜି ।

ଚଳଚିତ୍ର - ସୂର୍ଯ୍ୟମୂଖୀ (୧୯୬୩)

ସଙ୍ଗୀତ - ଶାନ୍ତନୁ ମହାପାତ୍ର

ଗୀତିକାର - ଗୁରୁକୃଷ୍ଣ ଗୋସ୍ୱାମୀ

ଗାୟନ - ଲତା ମଙ୍ଗେସକର

See more
Lata Mangeshkar more
  • country:India
  • Languages:Hindi, Sanskrit, Odia, Marathi, Dogri
  • Genre:Pop, Soundtrack
  • Official site:https://twitter.com/mangeshkarlata
  • Wiki:http://en.wikipedia.org/wiki/Lata_Mangeshkar
Lata Mangeshkar Lyrics more
Lata Mangeshkar Featuring Lyrics more
Lata Mangeshkar Also Performed Pyrics more
Excellent Songs recommendation
Popular Songs
Copyright 2023-2025 - www.lyricf.com All Rights Reserved