ହାଏ ରେ ହାଏ ତୋର ଚେହେରା [Haye re Haye tora chehera] [Transliteration]

ମୋ ମନେ ପ୍ରେମ ସଜେଇ, ତୁ ମୋତେ ଦେଲୁ ହଜେଇ
ବୁଣିଦେଲୁ ଖୁସି ବାଟ ସାରା
ହାଏ ରେ ହାଏ ତୋର ଚେହେରା , ଶୁଆଇ ଦଉନି ରାତି ସାରା

ମୋ ଆଖି ନିଦ ଚୋରେଇ, ତୁ ଦେଲୁ ମନ ଉଡେଇ
ଜୀବନଟା ଲାଗେ ସ୍ଵପ୍ନଭରା
ହାଏ ରେ ହାଏ ତୋର ଈଶାରା, ଶୁଆଇ ଦଉନି ରାତି ସାରା

ଦେଖୁଥିବି ତୋତେ ଏମିତି, ସମୟ ଥମିଯାଉ
ଓଠ ମିଶିଯାଉ ଓଠରେ , ଦୂରତା କମିଯାଉ
ଖେଳିଗଲା ଶିହରଣ ତୋର ଓଠ ଛୁଆଁରେ
ହଜିଗଲା ମନ ମୋର ସପନର ଧୂଆଁରେ
ମୁଁ ତୋର ପ୍ରେମୀ ଆୱାରା , ତୋ ପାଇଁ ଅଛି କୁଆଁରା
ତୋତେ ପାଇ ଆଶା ହେଲା ପୁରା
ହାଏ ରେ ହାଏ ତୋର ଚେହେରା , ଶୁଆଇ ଦଉନି ରାତି ସାରା
ହାଏ ରେ ହାଏ ତୋର ଈଶାରା, ଶୁଆଇ ଦଉନି ରାତି ସାରା
ସତ ଲାଗେ ଆଜି ସପନ, ଆସି ତୋର ବାହୁରେ
ଭିଜେ ଦେହ ମନ ଜୀବନ, ତୋ ପ୍ରେମର ମହୁରେ
ମନ ମୋର ଥିଲା ଆଗେ ଗୋଟେ ଚୋରାବାଦଲ
ଜାଗା ଦେଲୁ ଆଖିରେ ତୁ, ହେଲି ତୋର କଜଳ
ମୋ ଦିନ ଆଉ ମୋ ରାତି, ତୁ ବୀନା ଲାଗେ ଏମିତି
ସବୁ ଯେମିତି ଅଧା ଅଧୁରା

- Artist:Shaan