Elle m'a aimé [Odia translation]

Songs   2025-02-18 09:38:56

Elle m'a aimé [Odia translation]

ମୁଁ ଭାବୁଛି ମୁଁ ଟିକେ ଅଧିକା ଡରୁକୁରା ଥିଲି

ତା' ଆଖିରେ ଆଖି ମିଳେଇ ବିଦାୟ ଜଣାଇବା ପାଇଁ

ସିଏ ନିଜ ଜିନିଷ-ପତ୍ର ମଧ୍ୟ ନ ନେଇ ଚାଲିଗଲା

ଭାବୁଛି କଣ କରିବା ସବୁଠାରୁ ଭଲ ହେଇଥାନ୍ତା

ମୋର ସବୁବେଳେ ଏହି ସ୍ଵପ୍ନ ଅଛି

ବିଗତ ସମୟକୁ ଫେରିଯିବାର

ଆମ ସବୁଠାରୁ ସୁନ୍ଦର ଚାଲି ପାଖକୁ ଫେରିଯିବାର

ଆମ୍ଭେ ଦୁଇଜଣ ଯାକ ବନ୍ଦରରେ, ଆଖି ଦିଗବଳୟ ଉପରେ

ସିଏ ମୋତେ ଭଲପାଇଥିଲା

ନିଜ ସବୁ ପ୍ରେମ ସହିତ, ନିଜ ସବୁ ହୃଦୟ ସହିତ

ସିଏ ମୋତେ ଦେଇଥିଲା

ନିଜର ସବୁକିଛି, ଯେବେ ମୁଁ କିଛି ବି ନଥିଲି

ତା' ପରିବର୍ତ୍ତେ ମୁଁ ତାକୁ କଣ ଦେଲି?

କେବଳ ଦୁଖ, କଷ୍ଟ ଓ ପୀଡ଼ା

ସିଏ ଭଲପାଇବା ଛଡା ଆଉ କିଛି ଭାବିନଥିଲା

ତା' ହୃଦୟ ମୋ ହାତରେ ଥିଲା

କଟୁ ସ୍ମୃତି

ମୋର ସଂବେଦନଶୀଳ ଦ୍ଵନ୍ଦକୁ ଆଉଁସି ଦିଅନ୍ତି

ଏହା ଜାଣି କି କାଲିର ମୋର କର୍ମ

ଚିରଦିନ ପାଇଁ ଅପରିବର୍ତ୍ତନଶୀଳ

ମୁଁ ଜାଣେ ଯେ ମୁଁ ତା' ପାଇଁ ଉପଯୁକ୍ତ ନଥିଲି

କିନ୍ତୁ ତଥାପି ସିଏ ମୋର ଏତେ ମନେ କାହିଁକି ଆସେ?

ମୁଁ ଏହା ଭାବେ ଯେପର୍ଯ୍ୟନ୍ତ ମୁଁ ରୋଗିଣା ନ ହେଇଯାଏ

ଓ ସବୁ ରାତିରେ ଏହା ଆଶା କରେ କାରଣ ଖୋଜି ପାଇବା ପାଇଁ

ସିଏ ମୋତେ ଭଲପାଇଥିଲା

ନିଜ ସବୁ ପ୍ରେମ ସହିତ, ନିଜ ସବୁ ହୃଦୟ ସହିତ

ସିଏ ମୋତେ ଦେଇଥିଲା

ନିଜର ସବୁକିଛି, ଯେବେ ମୁଁ କିଛି ବି ନଥିଲି

ତା' ପରିବର୍ତ୍ତେ ମୁଁ ତାକୁ କଣ ଦେଲି?

କେବଳ ଦୁଖ, କଷ୍ଟ ଓ ପୀଡ଼ା

ସିଏ ଭଲପାଇବା ଛଡା ଆଉ କିଛି ଭାବିନଥିଲା

ତା' ହୃଦୟ ମୋ ହାତରେ ଥିଲା

ମୁଁ ତାକୁ ଦୁଇ ବର୍ଷ ପରେ ଦେଖିଲି

ଗୋଟେ ସୁନ୍ଦର ଛୋଟିଆ ଝିଅ ସହିତ

ମୁଁ ବୁଝିଗଲି ଯେ ଏବେ ବହୁତ ଡେରି ହେଇଯାଇଛି

ତା' ଆଖିରେ ଥିବା ଜ୍ଵଳନ୍ତ ରଶ୍ମୀ

ସିଏ ମୋତେ କହିଲା ଯେ ତାକୁ ବି ସମାନ ସ୍ଵପ୍ନ ଆସିଥିଲା

ବିଗତ ସମୟକୁ ଫେରିଯିବାର

ଆମ ସବୁଠାରୁ ସୁନ୍ଦର ଚାଲି ପାଖକୁ ଫେରିଯିବାର

ଏହି ଆଶାରେ ଯେ ଦିନେ ମୁଁ ଘରକୁ ଫେରିଯିବି

ସିଏ ମୋତେ ଭଲପାଇଥିଲା

ନିଜ ସବୁ ପ୍ରେମ ସହିତ, ନିଜ ସବୁ ହୃଦୟ ସହିତ

ସିଏ ମୋତେ ଦେଇଥିଲା

ନିଜର ସବୁକିଛି, ଯେବେ ମୁଁ କିଛି ବି ନଥିଲି

ତା' ପରିବର୍ତ୍ତେ ମୁଁ ତାକୁ କଣ ଦେଲି?

କେବଳ ଦୁଖ, କଷ୍ଟ ଓ ପୀଡ଼ା

ସିଏ ଭଲପାଇବା ଛଡା ଆଉ କିଛି ଭାବିନଥିଲା

ତା' ହୃଦୟ ମୋ ହାତରେ ଥିଲା

See more
Kendji Girac more
  • country:France
  • Languages:French, Spanish, English
  • Genre:Flamenco, Latino, Pop, Pop-Folk
  • Official site:http://kendji.fr/
  • Wiki:https://fr.wikipedia.org/wiki/Kendji_Girac
Kendji Girac Lyrics more
Kendji Girac Featuring Lyrics more
Kendji Girac Also Performed Pyrics more
Excellent Songs recommendation
Popular Songs
Copyright 2023-2025 - www.lyricf.com All Rights Reserved